ଖଣ୍ଡ ୮ • ସଂସ୍କରଣ ୨୦୨୬ • ସୋମବାର, ୦୨ ନଭେମ୍ବର ୨୦୨୬
✦

ତ୍ରୈମାସିକ ସାହିତ୍ୟ ପତ୍ରିକା

✦

ଘାସଫୁଲ ସମ୍ପର୍କରେ

ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ, ସମାଲୋଚନା ଓ ତ୍ରୈମାସିକ ଇ-ପତ୍ରିକାର ସଂରକ୍ଷଣ ତଥା ବିଶ୍ୱବ୍ୟାପୀ ପ୍ରଚାର ପାଇଁ ଏକ ନିଷ୍ଠାପର ପ୍ରୟାସ।

ତ୍ରୈମାସିକ ସାହିତ୍ୟ ପତ୍ରିକା • ସାରସ୍ୱତ ସାଧନାର ଏକ ଅନନ୍ୟ ମଞ୍ଚ

ଘାସଫୁଲ ପତ୍ରିକାର ପ୍ରତିଷ୍ଠାତା ସଂପାଦକ, ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଥିଲେ ସାଧାରଣ ଜନତାର ନିରବ ବେଦନା ଓ ଅବ୍ୟକ୍ତ ଯନ୍ତ୍ରଣାକୁ ଶବ୍ଦରୂପ ଦେଉଥିବା ଜଣେ ସମ୍ବେଦନଶୀଳ କବି । ସର୍ବଦା ତାଙ୍କ କବିତାର କେନ୍ଦ୍ରରେ ରହୁଥିଲେ ସମାଜର ଅତି ସାଧାରଣ ମଣିଷମାନେ । ସେମାନଙ୍କ କମ୍ପିତ ସ୍ୱରର କବିତା, ଅକୁହା କାହାଣୀ ଓ ଜଞ୍ଜାଳପୂର୍ଣ୍ଣ ଜୀବନାନୁଭୂତିକୁ ସାମୂହିକ ସ୍ୱରରେ ପରିଣତ କରିବା ପାଇଁ ୨୦୦୯ ମସିହାରେ ସେ ପ୍ରତିଷ୍ଠା କରିଥିଲେ ଘାସଫୁଲ ପତ୍ରିକା । ପତ୍ରିକାର ନାମକରଣରେ ତାଙ୍କ ଆତ୍ମ-ଦର୍ଶନ ଅନ୍ତର୍ନିହିତ ।

ପ୍ରଚଣ୍ଡ ଗ୍ରୀଷ୍ମକାଳରେ ତୀବ୍ର ଜ୍ୱାଳା ସହିତ ପଥିକମାନଙ୍କର ପଦତଳେ ଦଳିଚକଟି ନିଃଶେଷ ପ୍ରାୟ ହୋଇ ମଧ୍ୟ ପୁନଶ୍ଚ ଅଙ୍କୁରି ଉଠୁଥିବା ଘାସ ଭିତରେ ଯେଉଁ ପ୍ରାଣପ୍ରାଚୁର୍ଯ୍ୟ ଭରି ରହିଥାଏ, ତାହାର ଯଥାର୍ଥ ବାବଦୂକ ହେଉଛି ଘାସଫୁଲ । ଘାସଫୁଲ ପତ୍ରିକା କେବଳ ସମ୍ଭ୍ରାନ୍ତ ଓ ପ୍ରତିଷ୍ଠିତ ସାହିତ୍ୟସାଧକଙ୍କ ନିମନ୍ତେ ଉଦ୍ଦିଷ୍ଟ ନ କରି ଉଜ୍ଜ୍ୱଳ ସମ୍ଭାବନାରେ ପରିପୂର୍ଣ୍ଣ ନବାଗତଙ୍କ ପାଇଁ ଏହାକୁ ଏକ ମାଧ୍ୟମ ଭାବେ ସେ ଗଢ଼ିତୋଳିଥିଲେ। ଏହା ହିଁ ଥିଲା ପତ୍ରିକାର ପ୍ରତିଷ୍ଠାତା ମାନନୀୟ ବିଷ୍ଣୁ ସେଠୀଙ୍କର ସ୍ୱପ୍ନ; ତାହା ହିଁ ଆମର ସଂକଳ୍ପ ।


ତ୍ରୈମାସିକ ଇ-ପତ୍ରିକା

ପ୍ରତି ଋତୁରେ ସ୍ୱତନ୍ତ୍ର ସଂସ୍କରଣ, ପ୍ରବନ୍ଧ, ଦୁର୍ଲଭ ଲେଖା, ସାକ୍ଷାତକାର ଏବଂ ପିଡିଏଫ୍ ଡାଉନଲୋଡ୍ ସୁବିଧା।

କବିତା ଓ କ୍ଷୁଦ୍ରଗଳ୍ପ

ମାଟିର ବାସ୍ନା, ପଲ୍ଲୀ ଜୀବନର ଛନ୍ଦ ଏବଂ ମାନବୀୟ ସମ୍ବେଦନଶୀଳତାରେ ଭରା ସୁନ୍ଦର କବିତା ଓ ଗଳ୍ପର ସମାହାର।

ସାଂସ୍କୃତିକ ଐତିହ୍ୟ

ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ମନ୍ଦିର କଳା, ଲୋକକଳା ଏବଂ ନାଟ୍ୟ ପରମ୍ପରାର ଗବେଷଣାତ୍ମକ ଆଲୋଚନା।

ବିଶ୍ୱସ୍ତରୀୟ ଉପଲବ୍ଧତା

ସମଗ୍ର ବିଶ୍ୱରେ ଥିବା ପ୍ରବାସୀ ଓଡ଼ିଆ ଓ ସାହିତ୍ୟ ପ୍ରେମୀଙ୍କ ପାଇଁ ସହଜ ଡିଜିଟାଲ୍ ମାଧ୍ୟମରେ ସାହିତ୍ୟ ପଠନର ସୁବିଧା।